6(a) · 1. BC = 6 ସେ.ମି. ଓ ∠A = 45° ହେଲେ ତ୍ରିଭୁଜର ପରିବୃତ୍ତ ଅଙ୍କନ କର।
ଉତ୍ତର ଦେଖନ୍ତୁ
ବ୍ୟାଖ୍ୟା
- BC = 6 ସେ.ମି. ଅଙ୍କନ କର।
- ଏହାର ଏକ ପାର୍ଶ୍ୱରେ B ଓ C ଠାରେ (180° − 45°)/2 କୋଣ ନେଇ ଦୁଇ ରଶ୍ମିର ଛେଦବିନ୍ଦୁ T ନିଅ।
- BC ଓ BTର ଲମ୍ବ ସମଦ୍ୱିଖଣ୍ଡକର ଛେଦବିନ୍ଦୁ O।
- O କେନ୍ଦ୍ର ଓ OB ବ୍ୟାସାର୍ଦ୍ଧ ନେଇ ବୃତ୍ତ ଅଙ୍କନ କର।
- BTC ଚାପରେ ଥିବା ପ୍ରତ୍ୟେକ A ବିନ୍ଦୁରେ (ପ୍ରାନ୍ତବିନ୍ଦୁ ଦୁଇଟି ବ୍ୟତୀତ) BC ଜ୍ୟାର ବୃତ୍ତସ୍ଥ କୋଣ 45°।
ଉତ୍ତର
O କେନ୍ଦ୍ରବିଶିଷ୍ଟ ଅଙ୍କିତ ବୃତ୍ତଟି ଆବଶ୍ୟକ ପରିବୃତ୍ତ।