୧. 6.4 ସେ.ମି. AB କୁ 3 : 2 ଅନୁପାତରେ ଅନ୍ତର୍ବିଭାଜନ କିପରି କରିବ?
ଉତ୍ତର ଦେଖନ୍ତୁ
- A ଠାରୁ ଏକ ରଶ୍ମି ଟାଣି ତା’ ଉପରେ ପାଞ୍ଚଟି ସମାନ ଖଣ୍ଡ ଚିହ୍ନିତ କର।
- ପଞ୍ଚମ ବିନ୍ଦୁକୁ B ସହ ଯୋଡ଼। ତୃତୀୟ ବିନ୍ଦୁ ଦେଇ ସେହି ରେଖା ସହ ସମାନ୍ତର ରେଖା ଟାଣି AB କୁ P ଠାରେ ଛେଦ କର।
- ସାଦୃଶ୍ୟରୁ AP/AB = 3/5। ତେଣୁ AP = 6.4 × 3/5, PB = 6.4 − AP।
AP = 3.84 ସେ.ମି., PB = 2.56 ସେ.ମି. ଓ AP : PB = 3 : 2।