୧. C₂H₆ ଅଣୁରେ କେତୋଟି ସହସଂଯୋଜ୍ୟ ବନ୍ଧ ଅଛି?
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୪, ଭାଗ ୨, ପ୍ରଶ୍ନ ୩ (ଘ) · ବିକଳ୍ପ ୧ (୨ ନମ୍ବର)
ଉତ୍ତର ଦେଖନ୍ତୁ
ଗଠନ CH₃–CH₃। ଦୁଇଟି କାର୍ବନ ମଧ୍ୟରେ ଗୋଟିଏ ବନ୍ଧ।
ପ୍ରତ୍ୟେକ କାର୍ବନ ସହ ତିନୋଟି ହାଇଡ୍ରୋଜେନ୍ ଯୁକ୍ତ ଥିବାରୁ C–H ବନ୍ଧ ୬। ସମୁଦାୟ ୧ + ୬ = ୭।
ମଝିର C–C ବନ୍ଧକୁ ଦୁଇଥର ଗଣିବା ଉଚିତ ନୁହେଁ। ପ୍ରଥମେ ଦୁଇ କାର୍ବନ ମଧ୍ୟରେ ରେଖାଟି ଟାଣ।
ପ୍ରତି କାର୍ବନର ଚାରି ବନ୍ଧ ପୂର୍ଣ୍ଣ କରିବାକୁ ବଳିଥିବା ତିନି ସ୍ଥାନରେ ଗୋଟିଏ ଲେଖାଏଁ H ବସାଅ। ଚିତ୍ରର ସାତଟି ରେଖା ହେଉଛି ସାତ ଯୋଡ଼ା ସହଭାଗୀ ଇଲେକ୍ଟ୍ରନ୍।