ଚାର୍ଜ ପ୍ରବାହ, ପରିପଥ ଓ ଏମିଟର
ଧାତବ ତାରରେ ମୁକ୍ତ ଇଲେକ୍ଟ୍ରନ୍ର ଗତି ଦ୍ୱାରା ଚାର୍ଜ ପରିବହନ ହୁଏ। ପ୍ରଚଳିତ ସ୍ରୋତର ଦିଗ ଇଲେକ୍ଟ୍ରନ୍ ଗତିର ବିପରୀତ।
ବାହ୍ୟ ପରିପଥରେ ଏହା ସେଲ୍ର ଧନାତ୍ମକ ମେରୁରୁ ଋଣାତ୍ମକ ମେରୁ ଆଡ଼କୁ। ଯଦି t ସମୟରେ ଏକ ପ୍ରସ୍ଥଚ୍ଛେଦ ଦେଇ Q ଚାର୍ଜ ଅତିକ୍ରମ କରେ, I = Q/t।
1 A ଅର୍ଥ 1 C/s। ଚାବି ବନ୍ଦ ହୋଇ ଅବିଚ୍ଛିନ୍ନ ପଥ ଥିଲେ ସ୍ରୋତ ମିଳେ।
ଯେଉଁ ଶାଖାର ସ୍ରୋତ ମାପିବାକୁ ହେବ ସେହି ଶାଖାରେ ଏମିଟର ପଙ୍କ୍ତିରେ ଯୋଡ଼ାଯାଏ।